Friday, January 11, 2019

Pheriaa Come Back Audio and Trailer Release


ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ଚଳଚ୍ଚିତ୍ର ନିର୍ମାଣରେ ପାଦ ଦେବା ସହିତ ଏହାର ପ୍ରଥମ ଫିଲ୍ମ ଫେରିଆ (Come Back) ଶେଷ କରିଛି। ସୋଆର ପ୍ରେସିଡେଣ୍ଟ ମନୋଜ ରଞ୍ଜନ ନାୟକ ଓଡ଼ିଶାର ପରମ୍ପରା ଓ ସାମ୍ପ୍ରତିକ ପରିସ୍ଥିତି ଉପରେ ଏକ ନିଚ୍ଛକ ଓଡ଼ିଆ ଫିଲ୍ମ ତିଆରି ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ଫେରିଆ ସେହି ଇଚ୍ଛାର ଚିତ୍ର ରୂପ। ସୁନିଲ ଦାସଙ୍କ ପ୍ରଯୋଜନାରେ ଏବଂ ନ୍ୟୁଜ ସେଭେନର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ତତ୍ତ୍ବାବଧାନରେ ନିର୍ମିତ ଏହି ଫି ଫେରିଆ, ଉପାନ୍ତ ଅଞ୍ଚଳର ପରମ୍ପରା ଏବଂ ସମସ୍ୟା ଉପରେ ଆଧାରିତ।
ଆମେରିକାରେ ନିଜ ଚାକିରୀ ଛାଡ଼ି ପ୍ରକାଶ ତାର ଗାଁକୁ ଫେରି ଆସେ ଇଚ୍ଛା ରଖେ ଗାଁ ପାଇଁ କିଛି କରିବ, ଦେଶ ପାଇଁ କିଛି କରିବ। ଯଦିଏ ସହରଠାରୁ ଦୂର ଗାଁରେ ରହିବା ଲାଗି ତାର ପତ୍ନୀ ଜ୍ୟୋତି ଅନିଚ୍ଛୁକ ତଥାପି କେବେ ପ୍ରକାଶର ଇଚ୍ଛା ଆଗରେ ସେ ଆପତ୍ତି କରିନି। ପୁଅ ରିପୁନ ସହିତ ସେ ବି ଗାଁକୁ ଆଦରି ନିଏ। ଉତ୍ତମ ପ୍ରକାଶର ସାଙ୍ଗ, ଏବଂ ଗାଁର ହସମୁଖି ଝିଅ ଝୁମୁରି ପ୍ରକାଶକୁ ଏଦିଗରେ ସହଯୋଗ କରନ୍ତି କିନ୍ତୁ ପ୍ରକାଶ ଅନୁଭବ କରେ ଗାଁରେ ରହିଛି ଅନେକ ସମସ୍ୟା। ଲୋକେ ଡାହାଣୀ ସନ୍ଦେହରେ କାହାକୁ ହତ୍ୟା କଲେଣି ତ ନିଜ ରୋଗୀଣା ପିଲାର ଚିକିତ୍ସା ଗୁଣିଆର ଚେଙ୍କ ମାଧ୍ୟମରେ କରୁଛନ୍ତି., ଏତିକି ବେଳେ ଗାଁରେ ନକ୍ସଲଙ୍କ ପ୍ରାଦୁର୍ଭାବ ବି କିଛି କମ ନୁହେଁ। ତେବେ କଣ ପ୍ରକାଶ ତାର ଉଦ୍ଦେଶ୍ୟରେ ଆଗକୁ ବଢ଼ିପାରେ ନାଁ ଆଉ କିଛି ଘଟେ।

ଫିଲ୍ମ ଫେରିଆରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ପ୍ରିତିରାଜ ଶତପଥୀ, ଯିଏକି ପ୍ରକାଶ ଚରିତ୍ରରେ ନଜରରେ ଆସିଛନ୍ତି। ସେହିପରି ଜିନା ସାମଲ ତଙ୍କର ପତ୍ନୀ ଭୂମିକାରେ ନଜର ଆସିବେ। ଉଭୟ ଅନେକ ଗୁଡ଼ିଏ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବି ଏହା ଏକ ଭିନ୍ନ ରୁଚିର ଫିଲ୍ମ ଯେଉଁଥିରେ ସେମାନେ ଏକ ମିଶନ ନେଇ ଏକାଠି ହୋଇଛନ୍ତି। ସେହିପରି ଲୋକଗୀତ ଗାୟକ ସର୍ବେଶ୍ବର ଭୋଇ ଏଥିରେ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।
ଫେରିଆରେ କୋରାପୁଟର ଜଣାଶୁଣା ଥିଏଟର ଆର୍ଟିଷ୍ଟ ଜୟନ୍ତ ସାନ୍ତରାଙ୍କୁ ଦେଖିବାକୁ ମିଳିବ। ଜୟନ୍ତ ଫିଲ୍ମର କୋରାପୁଟିଆ ଭାଷାର ସଂଳାପ ମଧ୍ୟ ଲେଖିଛନ୍ତି। ଜୟନ୍ତ ଦୁର୍ଯା ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ମୀନାକୁମାରୀ ତାଙ୍କ ପତ୍ନୀ ଭୂମିକାରେ ନଜରରେ ଆସିବେ। ସେହିପରି କୋରାପୁଟର ଝିଅ ଶିବାନି ଖରା ଏଥିରେ ଝୁମୁରି ଭୂମିକାରେ ଏବଂ ଦେବଦତ୍ତ ପ୍ରଧାନ ଏଥିରେ ଉତ୍ତମ ଚରିତ୍ରରେ ଆସିଛନ୍ତି। ଦେବଦତ୍ତ, କ୍ୟାମେରା ପଛରେ ମଧ୍ୟ ଅନେକ କିଛି କାର୍ଯ୍ୟ ତୁଲାଇଛନ୍ତି।
ଫିଲ୍ମରେ ତିନିଟି ଗୀତ ରହିଛି। ଏହି ଗୀତ ମଧ୍ୟରୁ ସୁନାମଧନ୍ୟ ଚିତ୍ରନାଟ୍ୟ ଲେଖକ ଏବଂ ଗୀତିକାର ନିର୍ମଳ ନାୟକ ଲେଖିଥିବା ବେଳେ ଶାନ୍ତିରାଜ ଖୋସଲା ଏହାର ସଂଗୀତ ସଜେଇଛନ୍ତି।, ଏପରିକି ଏହାର କୋରାପୁଟିଆ ଗୀତଟି ମଧ୍ୟ ନିଜେ ଶାନ୍ତିରାଜ ଲେଖିଛନ୍ତି।
ଏକ ମୌଳିକ କାହାଣୀ ଉପରେ ଫେରିଆ ଫିଲ୍ମ ପର୍ଯ୍ୟବଶିତ, ମିହିର ରଂଜନ ଆଚାର୍ଯ୍ୟ ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିଥିବା ବେଳେ ସେ ମଧ୍ୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ତେବେ ନିର୍ଦ୍ଦେଶନାରେ ପ୍ରଥମ ପାଦ ଥାପିଥିବା ମିହିରଙ୍କୁ ଏଥିରେ ଯଥେଷ୍ଟ ସହଯୋଗ କରିଛନ୍ତି ଏମ ଟୁନା, ନିଜେ ଡିଓପି ଅମରଜିତ ମହାପାତ୍ର, ପ୍ରଡକ୍ସ ଡିଜାଇନର ଅମରେନ୍ଦ୍ର ମହାପାତ୍ର(ଲୁଲୁ) ଏବଂ କଳା ନିର୍ଦ୍ଦେଶକ ସଂଗ୍ରାମ ମହାରଣା, କଷ୍ଟ୍ୟୁମ ଡିଜାଇନର ପ୍ରସନ୍ନ ଶତପଥୀ।
 Pheriaa Come Back.

Amanojranjan Nayak Presentation
A Summa Real Media Pvt Ltd 
Producer- Sunil Kumar Das
Concept Head- Ardhendu Das
Direction- Mihir Ranjan Acharya
Lyric-Dr Nirmal Nayak
Music- Shantiraj Khosla
Singer- Govind, Sanju
DOP-Amarjit Mohanty
Editing- Amarendra Mohapatra
Art-Sangram Moharana



No comments:

Post a Comment

Why PHERIAA is different- in my point of View

I am speaking all these because I want to convey the message what are the interesting points those had been disturbing me to shape this...